ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଜାରି ରହିଥିବା ଘୋମାଘୋମ ଲଢେଇ ମଧ୍ୟରେ ରୁଷ ରାଷ୍ଟ୍ରପତି ଏକ ବଡ ଘୋଷଣା କରିଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ-ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ସାମୟିକ ଭାବେ ଅସ୍ତ୍ରବିରତ ଘୋଷଣା କରିଛନ୍ତି । ପ୍ରକାଶ ଯେ, ୟୁକ୍ରେନରେ ଫସି ରହିଥିବା ଜନସାଧାରଣଙ୍କ ଉଦ୍ଧାର ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଯୁଦ୍ଧ ବିରତି ଘୋଷଣା କରିଛନ୍ତି ।ଯେପର୍ଯ୍ୟନ୍ତ ଫସିଥିବା ଜନସାଧାରଣ ଲୋକେ ନ ବାହାରିବା ଯାଏଁ କୌରସି ଆକ୍ରମଣ କରାଯିବ ନାହିଁ ।
ସୂଚନାଯୋଗ୍ୟ ୟୁକ୍ରେନ-ରୁଷ ମଧ୍ୟରେ ଘମାଘୋଟ ଲଢେଇ ୧୧ତମ ଦିନରେ ପହଂଚିଛି । ଏଥିରେ ହଜାର ହଜାର ସୈନ୍ୟ ଓ ନାଗରିକ ପ୍ରାଣ ହରାଇଛନ୍ତି । ସୂଚନାଯୋଗ୍ୟ ଯେ, ୟୁକ୍ରେନ-ରୁଷ ମଧ୍ୟରେ ଦ୍ୱିତୀୟ ସ୍ତରୀୟ ଆଲୋଚନା ହୋଇଥିଲା ଯାହା କୌଣସି ନିଷ୍ପର୍ସ ବାହାରିପାରିନାହିଁ । ତେବେ ଆଗକୁ ତୃତୀୟ ପର୍ଯ୍ୟାୟ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।