ବିରାଟ କୋହଲିଙ୍କୁ ଗାର୍ଡ ଅଫ ଅନର

ମୋହାଲି : ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ବିରାଟ କୋହଲିଙ୍କ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ ମ୍ୟାଚ । ଏହାକୁ ସ୍ୱତନ୍ତ୍ର କରିବାକୁ ଟିମ ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର ଆୟୋଜନ ପ୍ରସ୍ତୁତି କରାଯାଇଥିଲା । ମୋହାଲିରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ ପରେ ଫିଲ୍ଡିଂ ପାଇଁ ପଡିଆକୁ ପ୍ରବେଶ କରୁଥିବା ବେଳେ ଟିମ ଇଣ୍ଡିଆ ପକ୍ଷରୁ ବିରାଟ କୋହଲିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

ଦଳର ସମସ୍ତ କ୍ରିକେଟର ଛିଡା ହୋଇ କୋହଲିଙ୍କୁ ଗାର୍ଡ ଅଫ ଅନର ଦଇଥିଲେ । କୋହଲି ମଧ୍ୟ ସମସ୍ତ ଖେଳାଳିଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭରୁ ଭାରତୀୟ ଦଳର ହେଡ କୋଚ ରାହୁଲ ଦ୍ରାବିଡ ମଧ୍ୟ ବିରାଟ କୋହଲିଙ୍କୁ ଏକ ସ୍ୱତନ୍ତ୍ର କ୍ୟାପ ଦେଇ ସମ୍ମାନିତ କରିଥିଲେ ।