ବାରଣାସୀରେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ରୋଡ ଶୋ’ କରିଛନ୍ତି । ମୋଦୀ ପ୍ରଥମେ ମଲଦହିଆ ଚୌକରେ ସରଦାର ପଟେଲଙ୍କ ମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ ବନାରସରେ ଏକ ମେଗା ରୋଡ ଶୋ’ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଲଦହିଆ ଚୌକରୁ ଏହି ମେଗା ରୋଡ ଶୋ’ ଆରମ୍ଭ କରି ଲୋହା ମଣ୍ଡୀ ଚୌରାହା, ଲହୁରାବୀର, ପିପଲାନୀ କଟରା, କବୀରଚୌରା, ଲୌହାଟିୟା, ମୈଦାଗିନ ଓ ବୁଲାନାଲା ଚୌକ ଦେଇ କାଶୀ ବିଶ୍ୱନାଥ ମନ୍ଦିର ପହଞ୍ଚିଥିଲେ ।

ସେଠାରେ ପ୍ରଧାନମନ୍ତ୍ରୀ ମୋଦି ବାବା ବିଶ୍ୱନାଥଙ୍କ ଦର୍ଶନ ପୂଜନ କରିବା ପରେ ଅସୀମାର୍ଗ ହୋଇ ବୀଏଚୟୁ ଗେଟସ୍ଥିତ ପଣ୍ଡିତ ମଦନ ମୋହନ ମାଲବୀୟଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା ପରେ ରାତ୍ରି ବିଶ୍ରାମ ପାଇଁ ଯିବେ ।