ମହଙ୍ଗା ହେଲା ମଦର ଡେୟରୀ କ୍ଷୀର

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଗୋଟିଏ ପରେ ଗୋଟିଏ ସାମ୍ରଗୀ ମୂଲ୍ୟ ବଢିବାରେ ଲାଗିଛି । ଗତ କିଛିଦିନ ପୂର୍ବରୁ ଅମୁଲ ଦର ବଢାଇଥିଲା । ବର୍ତ୍ତମାନ ଏବେ ମଦର ଡେୟରୀ କ୍ଷୀର ଦର ବଢାଇ ଦେଇଛି । ମଦର ଡେୟରୀ ଦିଲ୍ଲୀ ଏନସିଆରରେ ଆଜିଠାରୁ କ୍ଷୀର ପ୍ରତି ଲିଟର ପିଛା ଦୁଇ ଟଙ୍କା ବଢିଛି । ଦିଲ୍ଲୀ ଏନସିଆର ବ୍ୟତୀତ ହରିୟାଣା, ପଶ୍ଚିମୀ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଆଜିଠୁ ଏହି ଦର ଲାଗୁ ହୋଇଛି । ସୁଚନାଯୋଗ୍ୟ, ଦୁଗ୍ଧ କ୍ରୟ ୮ରୁ ୯ ପ୍ରତିଶତ ବଢିଥିବାରୁ ଦର ବଢାଯାଇଛି ।