ମୁମ୍ବାଇ: ଲୁଚି ଛପିକି ବାହାହେଲେ ଛପକ ଫେମ ବିକ୍ରାନ୍ତ-ମେସୀ । ଉଭୟ ଫେବୃଆରୀ ୧୪ ତାରିଖରେ କୋର୍ଟ ମ୍ୟାରେଜ କରିଛନ୍ତି । ଶୀତଲଙ୍କ ସହ ବିକ୍ରାନ୍ତ ତାଙ୍କ ବସୋର୍ବା ଘରେ ରେଜିଷ୍ଟ୍ରି ମ୍ୟାରେଜ କରିଛନ୍ତି । ଦୁହିଁଙ୍କ ବିବାହରେ କେବଳ ପରିବାର ଲୋକେ ଓ ବନ୍ଧୁବର୍ଗ ସାମିଲ ହୋଇଥିଲେ ।
ଅନ୍ୟପକ୍ଷରେ ଏହି କପଲ ଫେବୃଆରୀ ୧୮ରେ ବୈଦିକ ରୀତିନୀତି ଅନୁସାରେ ବିବାହ କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ଯେ, ବିକ୍ରାନ୍ତ ଓ ଶୀତଲ ଦୀର୍ଘ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି । ସେହିପରି ୨୦୧୯ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।