ଭୋଟ୍‌ ପୂର୍ବରୁ ଆଖି ବୁଜିଲେ ସରପଞ୍ଚ ପ୍ରାର୍ଥୀ, ମତଦାନ ବନ୍ଦ

କଟକ : ଜିଲ୍ଲା ସଦର ଯଶପଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀଙ୍କ ଅକସ୍ମାତ ମୃତ୍ୟୁ। ସରପଞ୍ଚ ପ୍ରାର୍ଥିନୀ ନମିତା ବେହେରାଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ କିପରି ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ିନାହିଁ। ତେବେ ଯଶପଡା ପଞ୍ଚାୟତରେ ସରପଞ୍ଚ ପଦ ଲାଗି ଭୋଟ ଦାନ ବନ୍ଦ ରଖାଯାଇଛି। କିନ୍ତୁ ଅନ୍ୟ ପଦ ପାଇଁ ନିର୍ବାଚନ ଜାରି ରହିଛି।

କଟକ ସଦର ବ୍ଲକର ଯଶପଡ଼ା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ ନମିତା ବେହେରା । ହେଲେ ହଠାତ୍‌ ନିର୍ବାଚନ ପୂର୍ବରୁ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସରପଞ୍ଚ ମତଦାନ ବର୍ତ୍ତମାନ ପାଇଁ ବନ୍ଦ ରହିଛି କଟକ ସଦର ବ୍ଲକ ବିଡିଓ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେହିପରି ବରଗଡ଼ ଜିଲ୍ଲାରେ ଗୋବିନ୍ଦପୁର ସରପଞ୍ଚ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ ବାଲ୍ମିକୀ ପ୍ରଧାନ । ହେଲେ ନିର୍ବାଚନ ପୂର୍ବରୁ ହୃଦଘାତରେ ଆଖି ବୁଜିଛନ୍ତି ବାଲ୍ମିକୀ । ଫଳରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନ ବନ୍ଦ ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।