ଆସାମରେ ଜଟିଳ ହେଉଛି ବନ୍ୟା ପରିସ୍ଥିତି

ଆସାମରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ହେବାରେ…

ନୂଆଦିଲ୍ଲୀ : ଆସାମରେ ବନ୍ୟା ପରିସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି । ରାଜ୍ୟର ୨୬ଟି ଜିଲ୍ଲାବାସୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ପ୍ରାୟ ୪ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଭାରତୀୟ ସେନା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସହିତ କଥା ହୋଇ ବନ୍ୟା ସଂପର୍କିତ ଅସୁବିଧା ଉପରେ ଅବଗତ ହୋଇଛନ୍ତି । ସେହିପରି ଆସାମର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ୨୭ ନମ୍ବର ଜାତୀୟ ରାଜପଥ ଉପରେ ମାଇବାଙ୍ଗ ସୁଡଙ୍ଗର ନିରୀକ୍ଷଣ କରିଛନ୍ତି ।

ସେନା ଓ ଆସାମ ରାଇଫଲ୍ସ ଟିମର ଯବାନମାନେ ଉଦ୍ଧାର କାମରେ ନିୟୋଜିତ ଅଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ, ବନ୍ୟାରେ କଛାର ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜିଲ୍ଲାରେ ୫୫ଟି ଶିବିର କରାଯାଇଛି । ସେହିପରି ୧୨ଟି ବିତରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ୩୨,୯୫୯ ଲୋକ ବାତ୍ୟା ଆଶ୍ରୟ ସ୍ଥଳୀରେ ଅଛନ୍ତି ।