୧୪ରୁ ସୁପ୍ରିମକୋର୍ଟରେ ଅଫଲାଇନ ଶୁଣାଣି ହେବ

ନୂଆଦିଲ୍ଲୀ : ଜାନୁଆରୀ ୩ରୁ ସୁପ୍ରିମକୋର୍ଟରେ ସମସ୍ତ ମାମଲାର ଶୁଣାଣି ଭର୍ଚୁଆଲ ମୋଡରେ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତୃତୀୟ ଲହର କାରଣରୁ ସୁପ୍ରିମକୋର୍ଟରେ ଅନଲାଇନ ଶୁଣାଣି ଜାରି ରହିଥିଲା କ୍ରମଶଃ ଦୁର୍ବଳ ହେଉଛି କୋରୋନା ତୃତୀୟ ଲହର । ବର୍ତ୍ତମାନ ଏହା ପରିବର୍ତ୍ତନ ହୋଇଛି। ଆସନ୍ତା ଫେବୃଆରୀ ୧୪ରୁ ପୁଣି ଥରେ ପୂର୍ବଭଳି ସ୍ବାଭାବିକ ଶୁଣାଣି ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି।

ଜାରି ହୋଇଥିବା ଏସ୍‌ଓପି ଅନୁସାରେ ସପ୍ତାହକୁ ଦୁଇ ଦିନ ଅଫଲାଇନ ଶୁଣାଣି ହେବ। ବୁଧବାର ଓ ଗୁରୁବାର ସ୍ବାଭାବିକ ଶୁଣାଣି ହେବ। ମଙ୍ଗଳବାର ଉଭୟ ସ୍ବାଭାବିକ ଓ ଅଫଲାଇନ ଶୁଣାଣି ହେବ। ସୋମବାର ଓ ଶୁକ୍ରବାର କେବଳ ଭିଡିଓ କନଫରେନ୍ସିଂ ଯୋଗେ ଅନଲାଇନ ଶୁଣାଣି କରାଯିବ। କୋରୋନା ଦ୍ବିତୀୟ ଲହର ପରେ ଅଫଲାଇନ ଶୁଣାଣି ଆରମ୍ଭ ହେବା ବେଳେ ମଧ୍ୟ ସମାନ ମାର୍ଗଦର୍ଶିକା ଜାରି କରାଯାଇଥିଲା।