ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୧୦ ରୁ ମତଦାନ ଆରମ୍ଭ ହୋଇଯିବ । ପ୍ରଥମ ପର୍ଯାୟ ପାଇଁ ପ୍ରଚାର ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୧୧ଟି ଜିଲ୍ଲାରେ ୫୮ଟି ବିଧାନସଭା ଆସନରେ ମତଦାନ ହେବ । ୨.୨୭ କୋଟି ମତଦାତା ୬୨୩ ଜଣ ପ୍ରାର୍ଥୀଙ୍କୁ ଭୋଟ ଦେବେ ।

ପ୍ରଥମ ପର୍ଯ୍ୟାୟ ମତଦାନ ପାଇର୍ ପ୍ରସ୍ତୁତି ଜୋରଦାର ଚାଲିଛି । ସମ୍ବେଦନଶୀଳ ବୁଥରେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନକୁ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଆସନ୍ତା ୧୦ ତାରିଖ ଠାରୁ ଏହା ଆରମ୍ଭ ହେବ । ୨୦୧୭ରେ ୪୦୩ ଆସନରୁ ବିଜେପି ୩୧୨ଟି ଆସନ ହାତେଇଥିଲା । ସମାଜବାଦୀ ପାର୍ଟିକୁ ୪୭ ଓ ବହୁଜନ ସମାଜ ପାର୍ଟିକୁ ୧୯ଟି ଆସନରେ ବିଜୟ ମିଳିଥିଲା ।