ଶ୍ରୀଲଙ୍କାକୁ ସାହାର୍ଯ୍ୟ କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ଥୁଥୁକୁଡି..

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ର ସରକାରଙ୍କୁ ଥୁଥୁକୁଡି ବନ୍ଦରରୁ ଶ୍ରୀଲଙ୍କାରେ ରହୁଥିବା ତାମିଲମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପଠାଇବା ପାଇଁ ଅନୁମତି ମାଗିଛନ୍ତି । ଷ୍ଟାଲିନ କହିଛନ୍ତି ଯେ ଶ୍ରୀଲଙ୍କା ଏବେ ଘୋର ଆଥିର୍କ ସଂକଟ ଦେଇ ଦିନ କାଟୁଛି । ତେଣୁ ସେଠାକାର ଲୋକଙ୍କୁ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି ।

ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି ଷ୍ଟାଲିନ କହିଛନ୍ତି ଯେ ଶ୍ରୀଲଙ୍କାର ଜଳସେନା ହାତରେ ଧରାପଡିଥିବା ୧୨ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ । ସେ କହିଛନ୍ତି ଯେ କେନ୍ଦ୍ର ସରକାର ସେହି ମତ୍ସଜୀବୀଙ୍କୁ ଆଇନ ସହାୟତା ପ୍ରଦାନ କରନ୍ତୁ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମାର୍ଚ୍ଚ ମାସରେ ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରୀଲଙ୍କାରେ ଆର୍ଥିକ ସଂକଟ ନେଇ ଚର୍ଚ୍ଚା କରିଥିଲେ । ଶ୍ରୀଲଙ୍କାର ତାମିଲମାନଙ୍କୁ ଆବଶ୍ୟକ ସାମଗ୍ରୀ ଓ ଔଷଧ ଦେବା ପାଇଁ ତାମିଲ ସରକାର ଆଗ୍ରହ କରୁଛି ବୋଲି କହିଥିଲେ ।