ୱାଶିଂଟନ୍: ବିଶ୍ୱର ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକା ଅସ୍ତ୍ରାଗାରରୁ ତିନୋଟି ପରମାଣୁ ବୋମା ଚୋରି ହୋଇଯାଇଛି । କଡ଼ା ସୁରକ୍ଷା ବଳୟ ଭିତରୁ ପରମାଣୁ ବୋମା କିପରି ଚୋରି ହେଲା, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପରମାଣୁ ବୋମା ତିଆରି କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ; ତାକୁ ସୁରକ୍ଷିତ ସହକାରେ ସାଇତି ରଖିବା ଆଉ ଏକ ଚାଲେଞ୍ଜ ।
ପରମାଣୁ ଶକ୍ତି ସଂପନ୍ନ ଦେଶଠାରୁ ହାତେ ମାପି ଚାଖଣ୍ଡକରେ ଚାଲିଥାନ୍ତି ପରମାଣୁମୁକ୍ତ ଦେଶଗୁଡ଼ିକ । ସମୁଦ୍ର ଗର୍ଭରେ ପ୍ରାୟ ୮୦ ଫୁଟ ଗଭୀରତମ ପ୍ରଦେଶରେ ରହୁଥିବା ବୁଡ଼ା ଜାହାଜରେ ଶକ୍ତିଶାଳୀ ପରମାଣୁ ବୋମା ରଖାଯାଇଥିଲା । ପରମାଣୁ ବୋମା ଜାହାଜକୁ ଘେରି ରହିଛନ୍ତି ସୁଦକ୍ଷ ନୌସେନା । ତଥାପି ପରମାଣୁ ବୋମା ଚୋରି ହୋଇଗଲା, କିଛି ବିକଶିତ ଦେଶ ଏ ଖବରକୁ ସହଜରେ ଗ୍ରହଣ କରୁନାହାନ୍ତି ।
ସାରାବିଶ୍ୱକୁ ଆଶ୍ଚର୍ଯ୍ୟ କରି ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ ଯୁଦ୍ଧ ଜର୍ଜରିତ ୟୁକ୍ରେନରେ ପଦାର୍ପଣ କଲେ । ବାଇଡେନଙ୍କ ଅଚାନକ ଗସ୍ତ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି ଓ ସେନାବାହିନୀକୁ ଉତ୍ସାହିତ କରିଥିଲା ବେଳେ କ୍ରୋଧ ଜର୍ଜରିତ ରୁଷିଆ ପରମାଣୁ ଚୁକ୍ତିନାମାକୁ ଅଗ୍ରାହ୍ୟ କରିଛି । ୨୦୧୦ରେ ସଂଘଟିତ ପରମାଣୁ ରାଜିନାମା ଜରିଆରେ ରୁଷିଆ ଓ ଯୁକ୍ତରାଷ୍ଟ୍ର ଆମେରିକା କୌଣସି ଯୁଦ୍ଧରେ ପରମାଣୁ ବୋମା ବ୍ୟବହାର କରିବେନି ବୋଲି ଚୁକ୍ତିବଦ୍ଧ ହୋଇଥିଲେ ।