ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧୧ ମୃତ,୨୦ ଆହତ

ଛତିଶଗଡର ଭାଟାପାରାର ଗ୍ରାମ ଖମରିଆ ….

ରାୟପୁର: ଛତିଶଗଡର ଭାଟାପାରାର ଗ୍ରାମ ଖମରିଆ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ଏକ ଟ୍ରକ ଓ ପିକଅପ୍‌‌ ମଧ୍ୟରେ ଗୁରୁବାର ବିଳମ୍ବିତ ରାତିରେ ଧକ୍କା ହୋଇ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଭାଟାପାରାର ବଲୋଦା ବଜାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାଟାପାରା ଗ୍ରାମୀଣ ଥାନା ଅଞ୍ଚଳର ଏହି ଘଟଣା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ଘଟଣାର ତଦନ୍ତ ଜାରି ରଖିଛି।