ନୂଆଦିଲ୍ଲୀ: ରସିଆ ୟୁକ୍ରେନ ଘମାଘୋଟ ଲଢେଇ । ତେବେ ଏକ ମାସରୁ ଅଧିକ ସମୟ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି । ଏହି ସମୟରେ ତୁର୍କୀରେ ବୁଝାମଣା ସମୟରେ ୟୁକ୍ରେନ ମୁଣ୍ଡ ନୁଆଁଇବା ପରେ କୀଭ (Kyiv)-ଚେର୍ନିଭିଭ (Chernihiv) ଉପରେ ଆକ୍ରମଣ ବନ୍ଦ କରିବାକୁ ଋଷ ଘୋଷଣା କରିଛି ।
ସେପଟେ ଆମେରିକା (America) ଏହାକୁ ସନ୍ଦେହ ଚକ୍ଷୁରେ ଦେଖୁଛି । ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟାଳୟ ପେଣ୍ଟାଗନ୍ (Pentagon) ର ପ୍ରେସ ସେକ୍ରେଟାରୀ ଜନ୍ କିର୍ବି କହିଛନ୍ତି ଯେ, କ୍ରେମଲିନ୍ (Kremlin) କରିଥିବା ଦାବିରେ କେହି ବିଶ୍ୱାସ କରିବେ ନାହିଁ ଯେ ସେ ହଠାତ୍ କୀଭ ନିକଟରେ ସାମରିକ ଆକ୍ରମଣ ହ୍ରାସ କରିଦେବ କିମ୍ବା ସେ ସମଗ୍ର ସୈନ୍ୟ ପ୍ରତ୍ୟାହାର କରିବ ।
ଏହା ସହ ସେ କହିଛନ୍ତି ଯେ, “ଆମେ ଭାବୁଛୁ ଯେ କୀଭର ଆଖପାଖରୁ ଅଳ୍ପ ସଂଖ୍ୟକ ଋଷ ସୈନ୍ୟ (Russian Forces) ବାହାରିଛନ୍ତି । ଆମେ ବିଶ୍ୱାସ କରୁ ଏହା ଏକ ରିପୋଜିଶନିଙ୍ଗ, ପ୍ରକୃତ ପ୍ରତ୍ୟାହାର ନୁହେଁ ଏବଂ ୟୁକ୍ରେନର ଅନ୍ୟ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ପାଇଁ ବର୍ତ୍ତମାନ ପ୍ରସ୍ତୁତ ଚାଲିଛି ।”
ସେପଟେ ହ୍ୱାଇଟ ହାଉସ (White House) ଋଷର ଦାବିକୁ ମିଛ ଓ ବିଭ୍ରାନ୍ତିକର ବୋଲି କହିଛି । ସେ କହିଛି ଯେ ଆମେରିକା ସରକାର (US government) ମସ୍କୋ ବିରୋଧରେ ସାଇବର ଅଭିଯାନ ଆରମ୍ଭ କରୁଛନ୍ତି ।
ପାଶ୍ଚାତ୍ୟ ଦେଶର ଅଧିକାରୀମାନେ କହିଛନ୍ତି ଯେ, ଋଷ ପୂର୍ବ ୟୁକ୍ରେନରେ ସୈନ୍ୟ (Russian Troops) ଏକାଠି କରୁଛି।