ୱାସିଂଟନ : ଆମେରିକା ଫୁଡ୍ ଏବଂ ଆଡମିନଷ୍ଟ୍ରେଟର୍ (ଏଫଡିଏ) କୋଭାକ୍ସିନ ଟିକା ଜରୁରୀକାଳୀନ ବ୍ୟବହାର ଲାଗି ଭାରତ ବାୟୋଟେକର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ଆମେରିକାରେ ଜରୁରୀକାଳୀନ ବ୍ୟବହାର ଲାଗି ସ୍ୱଦେଶୀ ଟିକା କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ନ କରିବାକୁ ନିଷ୍ପତ୍ତି ନେଇଛି ଆମେରିକା । ଫଳରେ କମ୍ପାନୀକୁ ଆମେରିକାରେ ଏହାର ଟିକା ଆରମ୍ଭ କରିବାକୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ।ଓକ୍ୟୁଜେନଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଅଧିକାରୀ ତଥା ସହ ସଂସ୍ଥାପକ ଶଙ୍କର ମୁସୁନୁରୀ କହିଛନ୍ତି ଯେ ଆମେ ଟିକାକୁ ଜରୁରି ଉପଯୋଗ ମଞ୍ଜୁରିର ବହୁତ ନିକଟତର ଥିଲୁ । ତେବେ ଏଫଡିଏ ଏହାର ବିଏଲଏ ମଞ୍ଜୁରି ଲାଗି ପରାମର୍ଶ ଦେଇଛନ୍ତି । ପ୍ରକ୍ରିୟା ଯଦିଓ ସମୟ ସାପେକ୍ଷ ତଥାପି ସକରାତ୍ମକ ଆଶା କରାଯାଇପାରେ ବୋଲି ସେ କହିଛନ୍ତି । ଏହି ଟିକା କୋଭିଡର ଡେଲ୍ଟା ଭେରିଏଣ୍ଟ ସମେତ ଅନ୍ୟ ଷ୍ଟ୍ରେନର ସଫଳ ମୁକାବିଲା କରୁଛି । ଏଣୁ ଏହା ଖୁବ୍ଶୀଘ୍ର ବିଏଲଏଙ୍କ ମଞ୍ଜୁରି ପ୍ରାପ୍ତ କରିପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
Prev Post
Next Post