ପୁଣି ରୁଷକୁ କଡା ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଲଢେଇ ଥମିବାର ନା ନେଉନାହିଁ । ରୁଷ ଲଗାତାର ଭାବେ ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ କରିଚାଲିଛି । ଅନ୍ୟପକ୍ଷରେ ୟୁକ୍ରେନ ମଧ୍ୟ ରୁଷ ଆଗରେ ମୁଣ୍ଡ ନୁଆଇଁବାକୁ ନାରାଜ । ଅନ୍ୟପକ୍ଷରେ ରୁଷ କ୍ରମାଗତ ମିସାଇଲ ମାଡରେ ରୁଷର ଅନେକ ବଡ ବଡ ସହର ଛାରଖାର ହେବା ଅନେକ ଜନସାଧାରଣଙ୍କ ଜୀବନ ଗଲାଣି । ଏହାରି ମଧ୍ୟରେ ରୁଷ ମଧ୍ୟରେ ପରମାଣ ବୋମା ଆକ୍ରମଣ ଭୟ ଦେଖାଇବା ସହ ୟୁକ୍ରେନ ଉପରେ କେମିକାଲ ଅସ୍ତ୍ର ଦ୍ୱାରା ଆକ୍ରମଣ କରୁଥିବାନେଇ ଅଭିଯୋଗ କରିଛି ୟୁକ୍ରେନ । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବଡ ପ୍ରତିକ୍ରିୟା ରଖିଛନ୍ତି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କୁ କଡା ଚେତାବନୀ ଦେଇ କହିଛନ୍ତି ଯେ ଯଦି ରୁଷ କେମିକାଲ ବା ରସାୟନ ଅସ୍ତ୍ର ପ୍ରୟୋଗ ନେଇ ପ୍ରମାଣ ମିଳେ ତେବେ ସେମାନେ ଚୁପ ରହିବେନି । ଆମେରିକା ରାଷ୍ଟ୍ରପତି ନାଟୋର ବ୍ରୁସେଲ୍ସରେ ଆୟୋଜତ ଏକ ସମ୍ମିଳନୀରେ ରୁଷକୁ ଏହି କଡା ଚେତଦାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ମାସେ ବ୍ୟାପୀ ହେବ ରୁଷ ୟୁକ୍ରେନ ଉପରେ ଘନ ଘନ ମିସାଇଲ ମାଡ ଜାରି ରଖିଛି । ଅନ୍ୟପକ୍ଷରେ ୟୁକ୍ରେନ ଉପରେ ରୁଷ ଫସଫରସ ବୋମା ଫିଙ୍ଗୁଥିବା ନେଇ ଅଭିଯୋଗ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।