ଦେଶରେ ହ୍ରାସ ପାଉଛି କୋରନା ଗ୍ରାଫ

ନୂଆଦିଲ୍ଲୀ : ସାରା ଦେଶରେ କୋଭିଡ ମହାମାରୀ ତାଣ୍ଡବ ରଚାଇବା ପରେ ଏବେ ଦ୍ରୁତ ଗତିରେ ତଳକୁ ତଳକୁ ଖସୁଛି । ସେହିପରି ଦୈନିକ କୋଭିଡ ଜନିତ ମୃତ୍ୟୁସଂଖ୍ୟା ମଧ୍ୟ କମିବାରେ ଲାଗିଛି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଦୁଇ ହଜାରରୁ ଉଦ୍ଧ୍ୱର୍ କୋଭିଡ-୧୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ୨୪୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଦୈନିକ କୋଭିଡ କାରଣରୁ ମୃତ୍ୟୁ ସଂଖ୍ୟା ୮୩ ଛୁଇଁଛି । ସେହିପରି ବର୍ତ୍ତମାନ ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ ଚିହ୍ନଟ ହେବା ସହ ୨୧୫୩୦ ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷରେ ୪ କୋଟି ୨୪ ଲକ୍ଷ ୭୮ ହଜାର ୮୭ ଜଣ ସୁସ୍ଥ ହୋଇଥିବାବେଳେ ୫୧୬୭୫୫ ସଂକ୍ରମିତ ପ୍ରାଣ ହରାଇଛନ୍ତି ।