ଚୀନ୍‌କୁ ବିମାନ ଚଳାଚଳ ବନ୍ଦ କଲା ଆମେରିକା

ୱାସିଂଟନ: ଆମେରିକା ୪୪ଟି ଚୀନା ଯାତ୍ରୀବାହୀ ବିମାନ ବାତିଲ କରିଛି । ଜାନୁଆରି ୩୦ ରୁ ମାର୍ଚ୍ଚ ୨୯ ମଧ୍ୟରେ ୪୪ଟି ବିମାନ ଆମେରିକାରୁ ଚୀନ୍‌ ଯିବ ବୋଲି ଉଡାଣ-ସୂଚୀ ନିର୍ଦ୍ଧାରିତ ହୋଇଛି । ସୂଚନାଯୋଗ୍ୟ ବିମାନ ଆଗମନ ସଂଖ୍ୟା ହ୍ରାସ କରିବା ସହ ସୀମାନ୍ତ ପ୍ରବେଶ ଉପରେ ଚୀନ୍‌ କଡା କଟକଣା ଲଗାଇଛି । ଯଦି ବିମାନରେ ବହୁସଂଖ୍ୟକ କୋଭିଡ-ମାମଲା ଆସିଲେ, ସେ ବିମାନ ଯାତ୍ରାପଥ ବନ୍ଦ କରିବା ପାଇଁ ଚୀନ୍‌ ସର୍କିଟ୍‌ ବ୍ରେକର ନୀତି ମଧ୍ୟ ଜାରି କରିଛି ।

ସୂଚନାଯୋଗ୍ୟ ଯେ, ବେଜିଙ୍ଗରେ ଓମିକ୍ରନ ଭେରିଏଣ୍ଟ ସଂକ୍ରମଣ ମାମଲା ପରେ ଚୀନ ହଜାର ହଜାର ବିମାନ ଉଡାଣ ବାତିଲ କରିଛି । ଚୀନ ଜାରି କରିଥିବା ଆଦେଶନାମାରେ ଯୁକ୍ତରାଷ୍ଟ୍ର ଆମେରିକାର ପରିବହନ ବିଭାଗ ଲେଖିଛି ଯେ, ଡେଲଟା, ଆମେରିକାନ୍‌ ଓ ୟୁନାଇଟେଡ ବିମାନ ଚଳାଚଳ ସ୍ଥଗିତ ରଖାଯିବାରୁ ସର୍ବସାଧାରଣ ସ୍ୱାର୍ଥରେ ବାଧା ଆସିଛି । ଏଥିରେ ଆହୁରି ଉଲ୍ଲେଖ ଅଛି ଯେ ଉଡାଣ ପୂର୍ବରୁ ଏବଂ ଉଡାଣ ସମୟରେ ଚୀନର ସମସ୍ତ କଟକଣା ମାନି ଗନ୍ତବ୍ୟସ୍ଥଳରେ ଅବତରଣ କରିବା ପରେ ଯଦି ଯାତ୍ରୀମାନେ ପଜିଟିଭ ବାହାରନ୍ତି ତେବେ ଉକ୍ତ ଯୁକ୍ତରାଷ୍ଟ୍ର ଆମେରିକୀୟ ବିମାନଗୁଡିକ ଉପରେ ଜରିମାନା କରାଯିବା ଉଚିତ ନୁହେଁ ।