୨୦ ମହଲା ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୬ ଜୀବନ ହାରିଲେ

ମୁମ୍ବାଇ: ମୁମ୍ବାଇରେ ଏକ ୨୦ ମହଳା ଅଟ୍ଟାଳିକାରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ଜଣ ମୃତ୍ୟୁବରଣ କରିବା ସହ ପ୍ରାୟ ୨୮ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ମୁମ୍ବାଇର ଥିବା କମଳା ଅଟ୍ଟାଳିକାରେ ୧୮ ମହଲାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅନ୍ୟପକ୍ଷରେ ମୁମ୍ବାଇ ମେୟର ଗଣମାଧ୍ୟମକୁ କହିଛନ୍ତି ଅକ୍ସିଜେନ ଆବଶ୍ୟକ କରୁଥିବା ୬ଜଣ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯିବା ସହ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଏ ଘଟଣା ସଂପର୍କରେ ସୂଚନା ପାଇଁ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ସେହିପରି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିଆଁ ଲିଭା କାର୍ଯ୍ୟରେ ୧୩ଟି ଦମକଳ ସହ ୭ଟି ୱାଟର ଜେଟି ବ୍ୟବହୃତ ହୋଇଥିଲା ।