ଗାନ୍ଧୀନଗର: ଆମ ଆଦମୀ ପାର୍ଟି ପଞ୍ଜାବ ବିଧାନସଭା ନିର୍ବାଚନ ବୃହତ୍ତ ବିଜୟ ପରେ ଏବେ ଗୁଜରାଟ ଉପରେ ନଜର ରହିଛି । ଆସନ୍ତା ବର୍ଷ ଗୁଜୁରାଟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କଲାଣି ଆପ୍ । ଶନିବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହି ଗୁଜୁରାଟର ଅହମଦାବାଦରେ ଥିବା ସାବରମତୀ ଆଶ୍ରମ ବୁଲିଯାଇଥିଲେ । ଏହାପରେ ସେଠାରେ ଏକ ରୋଡ ଶୋ’ କରିଥିଲୋ ଆପ । ଏହି ରୋଡ ଶୋକୁ ସମ୍ବୋଧନ କରି କେଜରିୱାଲ ଗୁଜୁରାଟବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଥରେ ଆପକୁ ସୁଯୋଗ ଦିଅନ୍ତୁ । ସେ କହିଛନ୍ତି ଯେ, ବିଜେପି ଏଠାରେ ୨୫ ବର୍ଷ ହେଲା କ୍ଷମତାରେ ରହିଲାଣି । କିନ୍ତୁ ଭ୍ରଷ୍ଟାଚାରକୁ ରୋକିବାରେ ସଫଳ ହେଲଶ ନାହିଁ । ସେହିପରି ସେ କହିଛନ୍ତି ଯେ, ମୁଁ ଏଠିକି କୌଣସି ଦଳକୁ ସମାଲୋଚନା କରିବାକୁ ଆସି ନାହିଁ । କି ବିଜେପି-କଂଗ୍ରେସକୁ ପରାସ୍ତ କରିବାକୁ ଆସି ନାହିଁ । ମୁଁ ଏଠି ଗୁଜୁରାଟକୁ ଜିତାଇବାକୁ ଆସିଛି । ଅନ୍ୟପକ୍ଷରେ କେଜରିୱାଲ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ୨୫ ବର୍ଷ କ୍ଷମତାରେ ରହିବା ପରେଗର୍ବୀ ହୋଇଯାଇଛି । ସେମାନେ ଲୋକକଙ୍କ କଥା ଶୁଣୁ ନାହାନ୍ତି । ତେଣୁ ପଞ୍ଜାବ ଓ ଦିଲ୍ଲୀବାସୀଙ୍କୁ ଭଳି ଏଠି ଆପ ପାର୍ଟିକୁ ଥରେ ସୁଯୋଗ ଦିଅନ୍ତୁ । ଆଉ ଯଦି ଆମେ ଆପଣଙ୍କ ପସନ୍ଦର କାମ ନ କଲୁ ତେବେ ଆମକୁ ଆଗାମୀ ବର୍ଷରେ ବଦଳେଇ ଦେବେ ବୋଲି କେଜରିୱାଲ କହିଥିଲେ ।