ଭୂକମ୍ପରେ ଥରିଲା ସାରା ତାଇୱାନ

ହୁଆଲିଏନ୍ ସହର ଭୂକମ୍ପରେ ଥରି ଉଠିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି। ଗତ ୨୫ ବର୍ଷରେ ଏହା ତାଇୱାନରେ ସବୁଠୁ ଶକ୍ତିଶାଳୀ ଭୂମିକମ୍ପ ବୋଲି ସୂଚନା ମିଳିଛି। ଏହି ଭୂମିକମ୍ପ ଯୋଗୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୫୦ ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।ତାଇୱାନରେ ହୋଇଥିବା ଏହି ଭୂକମ୍ପ ଏତେ ଶକ୍ତିଶଶାଳୀ ଥିଲା ଯେ ଚୀନ୍‌ର ସାଂଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା।