ସ୍ୱାମୀଙ୍କ ରୋଜଗାରରୁ ପତ୍ନୀ ପାଇବେ ଅଧା; ସ୍ୱାମୀଙ୍କ ଅର୍ଜିତ ସଂପତିରୁ ଅଧା ପତ୍ନୀଙ୍କର

ସ୍ୱାମୀଙ୍କ ସଂପତିର ଅଧା ପତ୍ନୀଙ୍କୁ ମିଳିବାର ଅଧିକାର ପ୍ରଦାନ କରିଛନ୍ତି ମଦ୍ରାସ କୋର୍ଟ । ବିଚାରପତି ଜଷ୍ଟିସ ରାମାସ୍ୱାମୀ ତାଙ୍କ ରାୟରେ କହିଛନ୍ତି, ଜଣେ ଗୃହିଣୀ ବିନା ଛୁଟିରେ ଚବିଶି ଘଂଟା ଧରି ଘରକାମ କରନ୍ତି । ପରିବାର ଲୋକଙ୍କ ପାଇଁ ଘରୋଇ ଡାକ୍ତର କାମ କରନ୍ତି । ତେଣୁ ସ୍ୱାମୀଙ୍କ ରୋଜଗାରର ଅଧା ପତ୍ନୀଙ୍କୁ ଦିଆଯିବା ଦରକାର । ପତ୍ନୀଙ୍କ ସହଯୋଗ ବିନା ପତି ଘରୁ ବାହାରକୁ ଯାଇ ଆୟ କରିପାରିବେ ନାହିଁ

କୋର୍ଟ ଏହା ମଧ୍ୟ କହିଛନ୍ତି, ‘ବିବାହ ପରେ ପତି ଓ ପିଲାପିଲିଙ୍କ ଦେଖାଶୁଣା କରିବା ପାଇଁ ବହୁ କର୍ମଜୀବୀ ମହିଳା ଚାକିରି ଛାଡ଼ି ଦେଉଛନ୍ତି । ପରିଣାମ ସ୍ୱରୂପ ସେମାନଙ୍କ ପାଖରେ ଏଭଳି କୌଣସି ଧନ ରହୁନାହିଁ ଯାହାକୁ ସେ ଗର୍ବର ସହିତ ନିଜର ବୋଲି ଦାବି କରିପାରିବେ।

ମାମଲାଟି ଏହିପରି, ୧୯୬୫ରେ ବିବାହ କରିଥିବା ପତିପତ୍ନୀ ପରସ୍ପରଠାରୁ ଅଲଗା ହେବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୧୬ରେ କୋର୍ଟ ରାୟ ପ୍ରଦାନ କରି ସ୍ୱାମୀଙ୍କ ଅର୍ଜିତ ଧନସଂପତିରୁ ପତ୍ନୀଙ୍କୁ ଅଧା ଦେବାକୁ କହିଥିଲେ।

ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ପରେ ପିଲାମାନେ ସେହି କୋର୍ଟରେ ମାମଲା ରୁଜୁ କରି ମା’ଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିଲେ । ମାତ୍ର କୋର୍ଟ ପୂର୍ବ ରାୟକୁ ଆହୁରି ସୁଦୃଢ଼ କରିଥିଲେ।