‘ଧର୍ମକୁ ନେଇ ବ୍ୟବସାୟ କରୁଛି ବିଜେପି’

ଲୋକଙ୍କ ଭକ୍ତିଭାବନାରୁ ଟଙ୍କା ରୋଜଗାର କରିବା ପାଇଁ ବିଜେପି ନାନା ମନ୍ଦିରଗୁଡ଼ିକରେ ଦର୍ଶନୀ ଶୁଳ୍କ ବୃଦ୍ଧି କରୁଛି ବୋଲି ଅଭିଯୋଗ କରିଛନ୍ତି ସମାଜବାଦୀ ନେତା ଅଖିଳେଶ ଯାଦବ। #କାଶୀ ବିଶ୍ୱନାଥ ପୀଠରେ ମନ୍ଦିର ଭିତରକୁ ଯିବା ପାଇଁ ଶୁଳ୍କ ବୃଦ୍ଧି କରା ଯାଇଥିବାରୁ ଅଖିଳେଶ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବାରାଣସୀ କାଶୀ ବିଶ୍ୱନାଥ ମନ୍ଦିରରେ ଲଗାଯାଇଛି ନୂତନ ଦର୍ଶନୀ ଓ ଆରତୀ ପାଉଣା। ଅନ୍ୟ ଦିନ ତୁଳନାରେ ଶ୍ରାବଣ ମାସରେ ପାଉଣା ଦୁଇଗୁଣା କରାଯାଇଛି। ଟ୍ୱିଟ୍‌ କରି ଅଖିଳେଶ କହିଛନ୍ତି, ମୋଟା ଅଙ୍କର ଶୁଳ୍କ ଲାଗୁ କରି ଗରିବ ଭକ୍ତଙ୍କୁ ପ୍ରଭୁଙ୍କ ଦର୍ଶନରୁ ବଂଚିତ ନକରୁ ବିଜେପି। ବର୍ଦ୍ଧିତ ଦେୟ ଜୁଲାଇ ୪ ତାରିଖରୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଆଦାୟ କରାଯି।

କେବଳ ଅଖିଳେଶ ନୁହନ୍ତି, ବହୁ ସାମାଜିକ ସଂଗଠନ ବିଜେପି ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି।