ଭାରତ ବିରୋଧୀ ସ୍ଲୋଗାନ ଦେଇ ୧୩ ଗିରଫ

ନୂଆଦିଲ୍ଲୀ: ଶ୍ରୀନଗରସ୍ଥିତ ଏକ ମସଜିଦରେ ନମାଜପାଠବେଳେ ସେଠାରେ ଉପସ୍ଥିତ ଥିବା କେତେକ ଲୋକ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ତେବେ ଭାରତ ବିରୋଧୀ ସ୍ଲୋଗାନ ଦେବା ଫଳରେ ପୋଲିସ ୧୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଉକ୍ତ ମସଜିଦକୁ ବନ୍ଦ ରଖାଯାଇଥିଲା । ତେବେ ସ୍ଥିତି ସ୍ୱାଭାବିକ ହେବାପରେ ସେଠାରେ ନମାଜପାଠକୁ ପୁଣି ଅନୁମତି ମିଳିଥିଲା ।