ଦିଲ୍ଲୀ କ୍ୟାପିଟାଲକୁ ଝଟ୍‌କା: ପନ୍ତଙ୍କୁ ୧୨ଲକ୍ଷ ଜରିମାନା

ମୁମ୍ବାଇ: ଚଳିତ ଆଇପିଏଲ-୨୦୨୨ରେ ଲକ୍ଷେ୍ନø ସୁପରଜିଆଣ୍ଟସ ଠାରୁ ଦିଲ୍ଲୀ କ୍ୟାପିଟାଲ୍ସ ପରାସ୍ତ ହୋଇଛି । ତେବେ ଏହି ପରାଜୟ ସହ ଦଳର ଅଧିନାୟକ ରିଷଭ ପନ୍ତଙ୍କୁ ଡବଲ୍‌ ଝଟକା ଲାଗିଛି । ଗୋଟିଏ ପଟେ ଦଳ ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ଅନ୍ୟ ପଟେ ତାଙ୍କ ଉପରେ ଜୋରିମାନା ଲଗାଯାଇଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ୨୦ ଓଭର ବୋଲିଂ କରିବାରେ ବିଫଳ ହୋଇଥିବାରୁ ରିଷଭ ପନ୍ତଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି ।

ସୂଚନାଯୋଗ୍ୟ ଯେ, ଆଇପିଏଲ ଆଚରଣ ସଂହିତାରେ ଏହା ସଂସ୍କରଣରେ ଦଳର ପ୍ରଥମ ଭୁଲ ହୋଇଥିବାରୁ ପନ୍ତଙ୍କ ଉପରେ ଏହି ଜୋରିମାନା କରାଯାଇଥିବା ଆଇପିଏଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।