ବିଷାକ୍ତ ଗ୍ୟାସ୍ ଲିକ ଯୋଗୁ ୧୩ ମୃତ, ୨୫୦ ଗୁରୁତର
ଜାହାଜରେ ବୋଝେଇ ହେଉଥିବା ଗ୍ୟାସ ଭର୍ତ୍ତି ବଡ଼ ବଡ଼ କଣ୍ଟେନର ତା’ ଭିତରେ…
ନୂଆଦିଲ୍ଲୀ: ଜାହାଜରେ ବୋଝେଇ ହେଉଥିବା ଗ୍ୟାସ ଭର୍ତ୍ତି ବଡ଼ ବଡ଼ କଣ୍ଟେନର ତା’ ଭିତରେ ଥିଲା ବିଷାକ୍ତ ଗ୍ୟାସ । ସବୁକିଛି ଠିକ ଚାଲିଥିଲା ହେଲେ ହଠାତ ଘଟିଲା ଦୁର୍ଘଟଣା । ଗୋଟିଏ ଟାଙ୍କି ଖସିପଡ଼ିବା ଫଳରେ ଉପୁଜିଲା ଭୟଙ୍କର ସ୍ଥିତି । ମଧ୍ୟପ୍ରାଚ୍ୟ ଦେଶ ଜୋର୍ଡାନରେ ଏଭଳି ବିଷାକ୍ତ ଗ୍ୟାସ ଲିକ ହୋଇଛି ।
ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିବା ସହ ୨୫୦ ଲୋକ ଗୁରୁତର ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ସରକାରଙ୍କ ପକ୍ଷରୁ ଆକ୍ୱାବା ସହରବାସୀଙ୍କୁ ଘର ଭିତରେ ରହିବାକୁ ଏବଂ ଝରକା କବାଟ ବନ୍ଦ ରଖିବାକୁ କୁହାଯାଇଛି । ତେବେ କଣ୍ଟେନରରେ କେଉଁ ଗ୍ୟାସ ଥିଲା ସେନେଇ କିଛି ସ୍ପଷ୍ଟ କରାଯାଇନଥିବା ବେଳେ, ଏହା କ୍ଲୋରିନ ଗ୍ୟାସ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।