ମହାକାଳେଶ୍ବର ମନ୍ଦିର ଗର୍ଭଗୃହ ଭିତରେ ଅଗ୍ନିକାଣ୍ଡ ୧୩ ଜଣ ପୁଜାରୀ ଆହତ
ମଧ୍ୟପ୍ରଦେଶର ଉଜୈନ୍ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୧୩ ଜଣ ପୁଜାରୀ ଆହତ ହେଇଯାଇଛନ୍ତି । ଏ ନେଇ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଖବର ପ୍ରକାଶ କରିଛନ୍ତି।
ତେବେ,ହୋଲିର ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭସ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜିଲ୍ଲାପାଳ ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ ଖବର ଦେଇଥିଲେ । ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ଚିକିତ୍ସା କରାଯଇଛି।