ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ!

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଇ-ମେଲ ମାଧ୍ୟମରେ ହତ୍ୟା କରିବାକୁ ଧମକ ମିଳିଛି । ଏନେଇ କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥା ଏନଆଇଏର ହସ୍ତଗତ ହୋଇଛି । ସେହିପରି ଉଲ୍ଲେଖ କରାଯାଇଛି ଯେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କୁ କ୍ଷତି ପହଞ୍ଚାଇବାକୁ ପ୍ରସ୍ତୁତ । ମୁଁ କିଛି ଆତଙ୍କବାଦୀଙ୍କ ସହ ସାକ୍ଷାତ କରିଛ । ସେମାନେ ମୋତେ ଆରଡିଏକ୍ସ ଯୋଗାଇଦେବାକୁ ଯାଉଛନ୍ତି । ମୁଁ ଖୁସି ଯେ ଅତି ସହଜରେ ବୋମା ଅଛି ଏବଂ ବର୍ତ୍ତମାନ ମୁଁ ସବୁଆଡେ ବିସ୍ଫୋରଣ କରିବାକୁ ମୁଁ ଏହି ଯୋଜନା କରିଛି ।

ସେହିପରି ଏହି ଚିଠି ଦର୍ଶାଯାଇଛି ଯେ, ଦେଶର ୨୦ ବଡ ବଡ ସହରରେ ଏହି ବିସ୍ପୋରଣ କରାଯିବ । ଯାହାଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେବ ବୋଲି ଦାବି କରିଛନ୍ତି ଏହି ଦୁର୍ବତ୍ତ । ଏହି ମେଲ ପାଇବା ପରେ ଏନଆଇଏ ଏବଂ ଅନ୍ୟାନ୍ୟ କେନ୍ଦ୍ରିୟ ଏଜେନ୍ସି ଏହି ମେଲ ପଠାଇଥିବା ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ଏ ବାବଦରେ ଏନଆଇଏ କୌଣସି ସୂଚନା ଦେଇନାହିଁ ।