ଲଢେଇ କରି ବି ହାରିଲା ଚେନ୍ନାଇ

ମୁମ୍ବାଇ : ଆଇପିଏଲ-୨୦୨୨ର ସପ୍ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ଲକ୍ଷେ୍ନø ସୁପରଜ୍ୟାଣ୍ଟ ମଧ୍ୟରେ ଖେଳାଯାଇଛି । ଚେନ୍ନାଇ ଟିମ ପ୍ରଥମେ ବ୍ୟାଟିଂ କରି ୭ଟି ୱିକେଟ ହରାଇ ୨୧୦ ରନ ସଂଗ୍ରହ କରିଥିଲା । ଜବାବରେ ଲକ୍ଷେ୍ନø ଟିମ ୧୯.୩ ଓଭରରେ ୪ ୱିକେଟ ହରାଇ ୨୧୧ ରନ ସହ ମ୍ୟାଚ ଜିତିଥିଲା ।

ଅନ୍ୟପକ୍ଷରେ ଚଳିତ ଆଇପିଏଲର ଏକ ବଡ ସ୍କୋରକୁ ପିଛା କରି ଏହି ଜିତ ହାସଲ କରିଛି ଲକ୍ଷେ୍ନø ଟିମ । ଅଧିନାୟକ କେଏଲ ରାହୁଲ ଓ କ୍ୱିଣ୍ଟନ ଡି’କକ ପ୍ରଥମ ୱିକେଟ ପାଇଁ ମଜବୁତ ଭାଗିଦାରୀ ହୋଇପାରିଥିଲେ । ଉଭୟ ୯୯ ରନ ସଂଗ୍ରହ କରିଥିଲେ । ରାହୁଲ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୪୦ ରନ କରିଥିଲେ । ଡିକକ୍‌ ୯ଟି ଚୌକା ୬୧ ରନ ସଂଗ୍ରହ କରିଥିଲେ । ଏହାବାଦ ଏଲଭିନ ଲୁଇସ ୬ଟି ଚୌକା ଓ ୩ ଛକା ସହାୟତାରେ ୫୫ ରନର ଯୋଗଦାନ କରିଥିଲେ ।