ବାଣ ବିସ୍ଫୋରଣରେ ୩ ମୃତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ମୋହନପୁର ଗାଁରେ ଆବାସିକ କୋଠାରେ ଭୀଷଣ ବିସ୍ଫୋରଣ ଘଟିଛି । ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ କିଛି ଆହତ ହୋଇଥିବା ପୁଲିସ କହିଛି । ପୁଲିସର ସୂଚନାନୁଯାୟୀ ଘର ମାଲିକ ବାଣ ପ୍ରସ୍ତୁତ କରିବା ପାଇଁ ଅବୈଧ ବିସ୍ଫୋଟକ ରଖିଥିବାରୁ ନିଆଁ ଲାଗି ଯାଇଥିଲା । ଏଥିରେ ଘର ମାଲିକ ଆସିମ ମଣ୍ଡଳ ଓ ତାଙ୍କର ୨ଜଣ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ମଣ୍ଡଳ ୧୦ ବର୍ଷ ହେବ କୋଠାରେ ଅବୈଧ ରୂପେ ବାଣ କାରଖାନା ଚଲାଉଥିଲା । ସୂଚନାଯୋଗ୍ୟ ଯେ, ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଆଖପାଖ ଘରର କାଚ ଭାଙ୍ଗି ଯାଇଥିବା ଜଣାପଡିଥିଲା ।