ଟ୍ରକ ଧକ୍କାରେ ୩ ପୋଲିସ କର୍ମଚାରୀ ମୃତ

ପାଟନା : ରାତିରେ ପାଟ୍ରୋଲିଂ କରୁଥିବାବେଳେ ଏକ ପୋଲିସ ଗାଡିକୁ ଧକ୍କା ଦେଲା ଟ୍ରକ । ଏହି ଧକ୍କା ଫଳରେ ୩ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି । ଏହି ଘଟଣା ବିହାରର ରାଜଧାନୀ ପାଟନାରେ ଘଟିଛି । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଓ ବରିଷ୍ଠ ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।