ପୁଲୱାମାଠାରେ ନିହତ ହେଲେ ୩ ଆତଙ୍କବାଦୀ

ଜମ୍ମୁ: କିଛିଦିନ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କାବାଦୀମାନେ ଆକ୍ରମଣ ଜାରି ରଖିଥିବା ବେଳେ ସୁରକ୍ଷାକର୍ମୀ ବି ଏହାର ମୁହଁତୋଡ ଜବାବ୍ ଦେବାରେ ଲାଗିଛନ୍ତି । ଏହି କ୍ରମରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ସମସ୍ତ ଆତଙ୍କବାଦୀ ଜୈଶ ଆତଙ୍କବାଦୀ ଗୋଷ୍ଠୀର ବୋଲି ଜଣାପଡ଼ିଛି । କହିରଖୁ କି ଗତକାଲି ବି ଅବନ୍ତିପୁରାଠାରେ ସେନା ଗୁଳିରେ ହିଁଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗୋଷ୍ଠୀର ୨ଜଣ ଆତଙ୍କାବାଦୀ ପ୍ରାଣ ହରାଇଥିଲେ। ସୂଚନା ମୁତାବକ ଏବେ ବି ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।