ଭୁବନେଶ୍ୱର,(ଏସ୍ ନ୍ୟୁଜ): ରାଜ୍ୟର ସମସ୍ତ ତନଖି ଫାଟକରେ ଅର୍ଥ ସଂଗ୍ରହ ଲାଗି ଜାତୀୟ ବୈଦ୍ୟୁତିକ ଅର୍ଥ ସଂଗ୍ରହ(ଏନ୍ଇଟିସି) ଫାଷ୍ଟଟାଗ୍ ସେବା କାର୍ଯ୍ୟକାରୀ କରିବା ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ମୁଖ୍ୟଯନ୍ତ୍ରୀ(ସଡ଼କ)ଙ୍କୁ ନିର୍ଦେଶ ଦିଆଯାଇଛି। ଗତ ସପ୍ତାହରେ ଅର୍ଥ ବିଭାଗ ପକ୍ଷରୁ ପୂର୍ତ୍ତ ବିଭାଗକୁ ଏନେଇ ଇ-ମେଲ୍ ମାଧ୍ୟରେ ଅବଗତ କରାଯାଇଥିଲା। ଭାରତୀୟ ଜାତୀୟ ଦେୟ ନିଗମ(ଏନ୍ପିସିଆଇ) ପକ୍ଷରୁ ବୈଦ୍ୟୁତିକ ଅର୍ଥ ପୈଠ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ଲାଗି ପୂର୍ତ୍ତ ବିଭାଗକୁ ଅନୁରୋଧ କରାଯାଇଥିଲା। ଦେଶର ସମସ୍ତ ଜାତୀୟ ରାଜପଥ ଏବଂ ରାଜ୍ୟ ସଡ଼କରେ ଥିବା ୮୫୦ରୁ ଅଧିକ ତନଖି ଫାଟକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଫାଷ୍ଟଟାଗ୍ ବ୍ୟତୀତ ବିଭିନ୍ନ ବୈଦ୍ୟୁତିକ ଅର୍ଥ ପୈଠ ବ୍ୟବସ୍ଥା ଏଟିଏମ୍, ୟୁପିଆଇ, ଆଧାର ସଂଲଗ୍ନ ଅର୍ଥ ପୈଠ ବ୍ୟବସ୍ଥା ଆଦିକୁ କାର୍ଯ୍ୟକାରୀ କରାଯାଉଛି।
Next Post