ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଇ ଆସୁଛି । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ । ଏହାସହ ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ ।