ଆଜି ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ

ଆଜି ବିଶ୍ବ ପ୍ରେସ୍‌ ସ୍ବାଧୀନତା ଦିବସ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ଏଥିରୁ ବୁଝିବା ଉଚିତ ଯେ, ଗଣମାଧ୍ୟମ କେତେ ଗୁରୁତ୍ବପୂର୍ଣ୍ଣ । ଏହା ଏକ ପ୍ରଗତିଶୀଳ ସମାଜର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଏବଂ ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାତ ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ । ତଥାପି, ସାମ୍ବାଦିକତାକୁ ପ୍ରାୟତଃ ଏକ ବିପଦପୂର୍ଣ୍ଣ ବୃତ୍ତି ଭାବରେ ବିବେଚନା କରାଯାଏ, ସାରା ବିଶ୍ୱରେ ପ୍ରତିଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣର ରିପୋର୍ଟ ପ୍ରକାଶ ପାଉଛି ।

ସାମ୍ବାଦିକଙ୍କ ସ୍ୱାଧୀନତାର ଅଧିକାରକୁ ସୁରକ୍ଷା ଏବଂ ବଜାୟ ରଖିବା ସରକାରଙ୍କ ଦାୟିତ୍ୱ । ଗଣମାଧ୍ୟମ ଯେତେ ସ୍ୱାଧୀନ ଓ ସଶକ୍ତ ହେବ ଆମ ସମାଜ ସେତେ ସମୃଦ୍ଧ ହେବ । ଏହି କଥାକୁ ଉପଲବ୍ଧି କରି, ପ୍ରତିବର୍ଷ ମେ ୩ ତାରିଖରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଏ ।