ଆଜି ହେଉଛି ରେଡିଓ ଦିବସ । ରେଡିଓର ମହତ୍ତକୁ ସୂଚାଇ ଦେବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ 13 ରେ ବିଶ୍ୱ ରେଡିଓ ଦିବସ ପାଳନ କରାଯାଏ। ଇଣ୍ଟରନେଟରେ ସହଜରେ ଯୋଗାଯୋଗ ଏବଂ ଯୋଗାଯୋଗର ଅନ୍ୟାନ୍ୟ ମାଧ୍ୟମ ସହିତ ଏକ ବଷୟିକ ଜ୍ଞାନକଶଳର ଉନ୍ନତ ଦୁନିଆର ଏହି ଯୁଗରେ ରେଡିଓର ବିଶେଷ ଭୂମିକାକୁ ଅଣଦେଖା କରାଯାଇପାରିବ ନାହିଁ। ତଥାପି ବହୁତ ଲୋକ ଅଛନ୍ତି ଯେଉଁମାନେ କେବଳ ରେଡିଓ ଉପରେ ବିଶ୍ାସ କରନ୍ତି ନାହିଁ ବରଂ ସମ୍ବାଦ ବ୍ୟବହାର ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ଏହା ଉପରେ ନିର୍ଭର କରନ୍ତି। ଆଜି ପର୍ଯ୍ୟନ୍ତ, ଭାରତରେ ରେଡିଓ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ହୋଇପାରିଛି।
୨୦୧୧ ମସିହା ଆଜିର ଦିନରେ ୟୁନେସ୍କୋର ସଭ୍ୟ ଦେଶମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହୁ ଦିବସକୁ ବିଶ୍ୱ ସ୍ତରରେ ପାଳନ ପାଇଁ ଜାତିସଙ୍ଘ ଏହାକୁ ମାନ୍ୟତା ଦେଇଥିଲା। ଆଜି ବିଶ୍ୱ ରେଡ଼ିଓ ଦିବସ ଅବସରରେ ବିଶ୍ୱର ଅନେକ ଦେଶରେ ଏହି ଦିବସ ଧୁମଧାମରେ ପାଳିତ ହେଉଛି।
ବିଶ୍ୱର ସର୍ବାଧିକ ଶ୍ରୋତାଙ୍କ ପାଖରେ ରେଡ଼ିଓ ପହଂଚି ପାରିଛି ଏବଂ ସମାଜରେ ବିବିଧତା ମଧ୍ୟରେ ଏକତାର ଭାବ ସୃଷ୍ଟି ସହ ସମସ୍ତଙ୍କୁ ଶୁଣିବା ଓ ପ୍ରତିନିଧିତ୍ବ ଅଧିକାର ଦେଇଛି। ଚଳିତ ବର୍ଷ ବିଶ୍ୱ ରେଡ଼ିଓ ଦିବସର ବାର୍ତ୍ତା ରହିଛି ‘ରେଡ଼ିଓ ଓ ବିଶ୍ୱାସ’। ଚଳିତ ବର୍ଷ ରଏଟର ଦ୍ୱାରା ହୋଇଥିବା ସର୍ବେକ୍ଷଣରୁ ଜଣାପଡିଛି ଯେ ଆକାଶବାଣୀ ୧ ନମ୍ବର ଭରସାଯୋଗ୍ୟ ରେଡ଼ିଓ ମାଧ୍ୟମ ହୋଇପାରିଛି।