ଶୀତରେ ଦାରିଙ୍ଗବାଡି ଅସ୍ତବ୍ୟସ୍ତ

ଦାରିଙ୍ଗବାଡି :  ଦୀର୍ଘଦିନ ପରେ ପୁଣି ଦେଖା ଦେଇଛି ହାଡ଼ଭଙ୍ଗା ଶୀତ । କମ୍ପୁଛି  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଦେଖାଯାଉଛି ପୁଣି ତୁଷାର ପାତ ।

ପ୍ରବଳ ଥଣ୍ଡା କାରଣରୁ ଗ୍ରାମାଞ୍ଚଳରେ ଦିନ ମଜୁରିଆଙ୍କର ଦୁଃଖ ବଢିଯାଇଛି।  ଅସହ୍ୟ ଥଣ୍ଡା ଚାଷ କାମରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି । ରାଜ୍ୟର କିଛି ସ୍ଥାନରେ ପାଗ ମେଘୁଆ ଥିଲା। ରବିବାର ହାତଗଣତି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା ।