ତୁଷାରପାତ ଯୋଗୁ ଫସିଲେ ପର୍ଯ୍ୟଟକ

ତୁଷାରପାତ ପାଇଁ ଯାତ୍ରୀମାନଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥିଲା…

ନୂଆଦିଲ୍ଲୀ: ପ୍ରବଳ ତୁଷାରପାତ ଯୋଗୁ କେଦାରନାଥ ଫସିଲେ ଶ୍ରଦ୍ଧାଳୁ । ତୁଷାରପାତ ପାଇଁ ଯାତ୍ରୀମାନଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥିଲା । ସେମାନଙ୍କୁ ସୋନପ୍ରୟାଗରୁ ଆଉ ଆଗକୁ ଯିବାକୁ ଦିଆଯାଇ ନଥିଲା । ତେବେ ତୁଷାରପାତ କମିବା ପରେ ଯାତ୍ରୀଙ୍କୁ ଆଗକୁ ବଢିବାକୁ ଅନୁମତି ମିଳିଛି । ଏହି ଘଟଣାକୁ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରବଳ ତୁଷାରପାତ ହେବା ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସୋନପ୍ରୟାଗର ସୀତାପୁର ରାମପୁରରେ ପ୍ରାୟ ୮ରୁ ୧୦ ହଜାର ଯାତ୍ରୀ ଅଟକ ରହିଥିଲେ । ପୁଣି ତାଙ୍କୁ କିଛି ବାଟ ଆଗକୁ ଯିବାକୁ ଅନୁମତି ମିଳିଛି । ତେବେ ତୁଷାରପାତ ସାମାନ୍ୟ କମିଛି । ଯାତ୍ରୀମାନେ ପୁଣି କେଦାରନାଥ ଯାତ୍ରା କରିଛନ୍ତି ।