ଏନକାଉଣ୍ଟରରେ ୩ ଆତଙ୍କୀ ସଫା

ଏହି ଏନକାଉଣ୍ଟରରେ ଜାମ୍ମୁ-କାଶ୍ମୀର ପୋଲିସର ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ…

ଶ୍ରୀନଗର: ବାରାମୁଲା ଜିଲ୍ଲାର କରେରୀରେ ସୁରକ୍ଷା ବାହିନୀ ଦ୍ୱାରା ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଏହି ଏନକାଉଣ୍ଟରରେ ଜାମ୍ମୁ-କାଶ୍ମୀର ପୋଲିସର ଜଣେ ଯବାନ ମଧ୍ୟ ସହିଦ ହୋଇଥିଲେ । ସୂଚନାଯୋଗ୍ୟ ଯେ, ବାରାମୁଳା ଜିଲ୍ଲାର କରେରୀରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ଏସଓଜି, ସେନା ଏବଂ ସିଆରପିଏଫ କର୍ମଚାରୀମାନେ ଏହି ଅଂଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ଏନକାଉଣ୍ଟର ଆରମ୍ଭ ହେଲା । ଏହି ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।