ବିଜୁଳି ଆବଣ୍ଟନକାରୀ କମ୍ପାନୀ ଉପରେ ୧ ଲକ୍ଷ କୋଟି ଟଙ୍କା ବାକି

ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି…

ନୂଆଦିଲ୍ଲୀ : ବିଜୁଳି ଆବଣ୍ଟନକାରୀ କମ୍ପାନୀ ବା ଡିସକମ ଗୁଡିକ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଙ୍କୁ ଜେନକୋ ସମୂହକୁ ନିୟମିତ ଭାବେ ଶକ୍ତିକ୍ରୟ ବାବଦ ପାଉଣା ଦେବାକୁ ଅସମର୍ଥ ହେଉଥିବାରୁ ଶକ୍ତି କ୍ଷେତ୍ରର ସମଗ୍ର ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏହି ପରିସ୍ଥିତିକୁ ବିଚାରକୁ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦେୟ ଦେଇପାରୁ ନଥିବା ଡିସକମ ଗୁଡିକର ଆର୍ଥିକ ଦୁଃସ୍ଥିତିକୁ ଲାଘବ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛି । ଡିସ୍‌କମ ଗୁଡିକ ବିଜୁଳି କ୍ରୟ ବାବଦ ଅର୍ଥ ଠିକ ସମୟରେ ପୈଠ କରୁ ନଥିବାରୁ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନୀଗୁଡିକର ଅର୍ଥ ପ୍ରବାହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଛି ।

କୋଇଲା କ୍ରୟ, ୈନନ୍ଦିନ ପରିଚାଳନା ଏବଂ ଅନ୍ୟାନ୍ୟା ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କ ପାଖରେ ଯଥେଷ୍ଟ ନଗଦ ଗଚ୍ଛିତ ରହିବାର ଆବଶ୍ୟକତା ରହିଛି । ତେବେ ବିଜୁଳି କିଣୁଥିବା ଡିସ କମମାନେ ଠିକ ସମୟରେ ଅର୍ଥ ପୈଠ କରୁ ନ ଥିବାରୁ ଉତ୍ପାଦନ ବ୍ୟବସ୍ଥା ଉପରେ ତାହାର ସିଧାସଳଖ ପ୍ରଭାବ ପଡୁଛି । ଏକ ତଥ୍ୟ ଅନୁସାରେ ୨୦୨୨ ମଇ ସୁଦ୍ଧା ଡିସ କମଗୁଡିକ ଶକ୍ତି ଉତ୍ପାଦନକାରୀ କମ୍ପାନୀଙ୍କୁ ୧,୦୦,୦୧୮ କୋଟିରୁ ଅଧିକ ଟଙ୍କା ଦେଇନାହାନ୍ତି ।