ବାଙ୍ଗାଲୋର ଠାରୁ ମ୍ୟାଚ ହାରିବାର କାରଣ କହିଲେ ରାହୁଲ

ମ୍ୟାଚ ଶେଷ ହେବା ପରେ କେଏଲ ରାହୁଲ କହିଛନ୍ତି ଯେ ଲକ୍ଷେ୍ନø ଟିମର ଫିଲ୍ଡିଂ ଖରାପ ଥିଲା…

କୋଲକାତା : ଆଇପିଏଲ-୨୦୨୨ର ଏଲିମିନେଟର ମୁକାବିଲାରେ ଲକ୍ଷେ୍ନø ସୁପର ଜ୍ୟାଣ୍ଟସକୁ ରୟାଲ ଚ୍ୟାଲେଞ୍ଜଓ ବାଙ୍ଗାଲୋର ୧୪ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ କଡା ମୁକାବିଲା ହୋଇଥିଲା । ପରାଜୟ ପରେ ଲକ୍ଷେ୍ନø ଅଧିନାୟକ କେଏଲ ରାହୁଲ ବହୁତ ନିରାଶ ଦେଖାଇଥିଲେ । ସେ ମ୍ୟାଚ୍‌ ହାରିବାର କାରଣ କହିଛନ୍ତି । ମ୍ୟାଚ ଶେଷ ହେବା ପରେ କେଏଲ ରାହୁଲ କହିଛନ୍ତି ଯେ ଲକ୍ଷେ୍ନø ଟିମର ଫିଲ୍ଡିଂ ଖରାପ ଥିଲା । ମୁଁ ଜାଣିଛି ଯେ, କେଉଁ କାରଣରୁ ଆମେ ମ୍ୟାଚ ଜିତିପାରିଲୁ ନାହିଁ । ଆମେ ପଡିଆକୁ ଓହ୍ଲାଇଥିଲୁ । କିନ୍ତୁ ଅତି ସାଧାରଣ କ୍ୟାଚ ଛାଡି ଦେଇଥିଲୁ । ଫଳରେ ରଜତ ପାଟିଦାର ବଡ ଇନିଂସ ଖେଳିଥିଲେ ।

ରାହୁଲ କହିଛନ୍ତି ଯେ, ଆଗଧାଡିର ପ୍ରଥମ ୩ ଜଣଙ୍କ ମଧ୍ୟରୁ ଯଦି କେହି ଜଣେ ଶତକ ହାସଲ କରନ୍ତି ତା’ହେଲେ ଟିମ ମ୍ୟାଚ ଜିତିବାରେ ସହଜ ହୋଇଥାଏ । ବାସ୍ତବରେ ବାଙ୍ଗାଲୋରର ଖେଳାଳିମାନେ ବହୁତ ଭଲ ଫିଲ୍ଡିଂ କଲେ, ଯାହାକି ଆମେ କରିପାରି ନଥିଲୁ । ଆମେ ବହୁତ ଭୁଲ କରିଥିଲୁ । ଅନ୍ୟ ଟିମ ମାନେ ମଧ୍ୟ ଏଭଳି କରିଥାନ୍ତି, ଯେଉଁଥି ପାଇଁ ମ୍ୟାଚ ହାରିବାକୁ ପଡିଥାଏ । ଆହୁରି ଶକ୍ତିଶାଳୀ ହେବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡିବ । ଏହା ଏକ ଯୁବ ଟିମ୍‌ । ସେମାନେ ଭୁଲରୁ ଶିଖିବେ । ଘରକୁ ଯାଇ ଭଲ ଖେଳାଳି ହେବାକୁ ପ୍ରୟାସ କରିବେ ।