ନୂଆଦିଲ୍ଲୀ : ଦିନକୁ ଦିନ ଟ୍ରମ୍ପଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ରାଷ୍ଟ୍ରପତି ପଦରୁ ହଟିବା କ୍ଷଣି ଡୋନାଲ୍ଡ ଟ୍ରମ୍ପଙ୍କୁ ଯିବାକୁ ପଡିପାରେ ଜେଲ ।
ମିଳିଥିବା ସୂଚନା ଅନୁସାରେ, ଜୋ ବାଇଡେନ ହୋଇଛନ୍ତି ଆମେରିକାର ୪୬ତମ ରାଷ୍ଟ୍ରପତି । ଅନ୍ୟପଟେ ଟ୍ରମ୍ପ୍ ରାଷ୍ଟ୍ରପତି ପଦରେ ରହି ବହୁ ଘୋଟାଲା କରିଥିବା ଏବେ ସାମ୍ନାକୁ ଆସିଛି ଯାହାର ଖୁବଶୀଘ୍ର ଏହାର ଯାଞ୍ଚ ଆରମ୍ଭ ହେବ । ରାଷ୍ଟ୍ରପତି ପଦରୁ ହଟିବା ପରେ ପରେ ସେଗୁଡିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି । ଟ୍ରମ୍ପଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ଏବଂ ବିତ୍ତୀୟ ସ୍ଥିତିକୁ ନେଇ ତଦନ୍ତର ହୋଇପାରେ । ରାଷ୍ଟ୍ରପତି ପଦରେ ରହିଥିବାରୁ ଟ୍ରମ୍ପଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନଥିଲା।

ଏ ବିଷୟରେ ପେସ ୟୁନିଭରସିଟିର ପ୍ରଫେସର ତଥା ଆଡଭୋକେଟ ବେନେଟ୍ ଗର୍ସମେନ କହିଛନ୍ତି କି ଡୋନାଲ୍ଟ ଟ୍ରମ୍ପଙ୍କ ବିରୁଦ୍ଧରେ ବ୍ୟାଙ୍କ୍ ହେରଫେର, ମନି ଲଣ୍ଡରିଙ୍ଗ୍ ଏବଂ ନିର୍ବାଚନ ଜାଲିଆତି ମାମଲା ରୁଜୁ ହେବା ଦରକାର ଏବଂ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ମଧ୍ୟ ଦରକାର ।
ଅନ୍ୟପଟେ ଫାଇଜର ଗତକାଲି ଘୋଷଣା କରି କହିଥିଲା ଯେ କୋଭିଡକୁ ରୋକିବାରେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ ରହିଛି। ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ୍ କରି ଖୁସି ପ୍ରକାଶ କରିଥିଲେ। ତେବେ ଟ୍ୱିଟ୍ କରିବାର କିଛି ଘଣ୍ଟା ପରେ ଆଉ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଏବଂ ଡେମୋକ୍ରାଟ୍ ଦଳ ଉପରେ ଅଭିଯୋଗ ଆଣିଛନ୍ତି।
ଏହାପରେ ଆଉ ଏକ ଟ୍ୱିଟ କରି ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଯଦି ଜୋ ବିଡେନ ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ଆସନ୍ତା ଚାରି ବର୍ଷ ମଧ୍ୟରେ ଆମେରିକା କେବେ ଟିକା ପାଇ ନଥାନ୍ତା। ଏମିତିିକି ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ମଧ୍ୟ ଏତେ ଶୀଘ୍ର ଅନୁମୋଦନ ଦେଇ ନଥାନ୍ତା।