ଏଟିଏମ ଲୁଟ୍‌ ନେଇ ୪ ଜଣ ନାବାଳକ ଗିରଫ

କେନ୍ଦୁଝର (ଏସ୍ ନ୍ୟୁଜ) : ଏଟିଏମ ଲୁଟ୍‌ ଘଟଣାରେ ୪ଜଣ ନାବାଳକଙ୍କ ଗିରଫ କରିଛି ବାମେବାରୀ ପୋଲିସ । ଗତକିଛି ଦିନ ତଳେ କେନ୍ଦୁଝର ବାମେବାରୀ ଥାନା ଅଞ୍ଚଳରୁ ଏଟିଏମ୍‌ ଲୁଟ୍‌ ହୋଇଥିବା ବେଳେ ଏହାର ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ଯାହାକୁ ସମ୍ପୃକ୍ତ କରି ପୋଲିସ ଏହି ୪ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତ ନାବାଳକ ବୋଲି ଜଣାପଡିଛି ।

ସୂଚନା ଅନୁସାରେ , ଗତ ଅକ୍ଟୋବର ୩୦ ତାରିଖ ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ଜଜାଙ୍ଗ, ରୁଙ୍ଗଟା କଲୋନୀ ସ୍ଥିତ ଏସ୍‌ବିଆଇ ଏଟିଏମ୍‌ ମେସିନକୁ ତାଡ଼ି ଟଙ୍କା ଲୁଟ୍‌ ଉଦ୍ୟମ କରିଥିଲେ । ଦୁର୍ବୃତ୍ତମାନେ ଏଟିଏମ୍‌ ମେସିନ୍‌ ଭାଙ୍ଗୁଥିବାର ଚିତ୍ର ସିସିଟିଭିରେ କଏଦ ହୋଇଥିଲା । ଯାହାର ଚିତ୍ର ହାଇଦ୍ରାବାଦ ସ୍ଥିତ ସିସିଟିଭ୍ କଣ୍ଟୋଲରୁମ୍‌ରେ ଦେଖିବାକୁ ପାଇଥିଲେ । ତୁରନ୍ତ କଣ୍ଟୋଲରୁମ୍‌ ପକ୍ଷରୁ ଜୁରୁଡ଼ି ସ୍ଥିତ ଏସବିଆଇ ଶାଖା ପରିଚାଳକଙ୍କୁ ଫୋନ୍ ଯୋଗେ ଏହାର ସୂଚନା ଦିଆଯାଇଥିଲା ।ଖବର ପାଇ ପୋଲିସ ପାଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଞ୍ଚିବା ବେଳେକୁ ଦୁର୍ବୃତ୍ତ ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏନେଇ ତଦନ୍ତ କରିବା ପରେ ପୋଲିସ ୪ଜଣ ନାବାଳକଙ୍କୁ ଗିରଫ କରିଥିବା ବେଳେ ଆଉ ୨ଜଣ ଫେରାର ଅଛନ୍ତି । ପୋଲିସ ପକ୍ଷରୁ ଫେରାର ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।