ବାଲେଶ୍ୱରର ଓ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ଆଗୁଆ

ଜଗତସିଂହପୁର(ଏସ୍ ନ୍ୟୁଜ): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୪୦୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି। ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍ ୧୮୩୯୭ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୧,୯୯୭ଟି ଭୋଟ୍ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୨୪୭ଟି ଭୋଟ୍ ପାଇଛନ୍ତି ।

ସୂଚନରଯୋଗ୍ୟ, ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଭୋଟରେ ଆଗୁଆ ରହିଥିଲେ। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭୮୬୭ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୫୫୭ଟି ଭୋଟ୍ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୦୫୭ଟି ଭୋଟ୍ ପାଇଥିଲେ ।

ସେହିପରି ବାଲେଶ୍ୱରରେ ଶେଷ ହୋଇଛି ଚତୁର୍ଥ ରାଉଣ୍ଡ ଗଣତି । ଏହି ପର୍ଯ୍ୟାୟରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୧୧୮୫ ଭୋଟରେ ଆଗୁଆ ରହିଛନ୍ତି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ମୋଟ୍ ୨୬୭୧ ଭୋଟରେ ଆଗରେ ଅଛନ୍ତି। ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୪୦୭୯ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୨୮୯୪ଟି ଭୋଟ ମିଳିଛି। ତୃତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସ ୩୨୧୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୯୪ଟି ଭୋଟ ଏବଂ କଂଗ୍ରେସକୁ ମିଳିଥିଲା ୩୨୫ଟି ଭୋଟ।

ସୂଚନାଯୋଗ୍ୟ, ପ୍ରଥମ ରାଉଣ୍ଡରେ ସେ ୬୧୫ ଭୋଟରେ ଆଗୁଆ ଥିବା ବେଳେ ଏହି ସଂଖ୍ୟା ଦ୍ବିତୀୟ ପର୍ଯ୍ୟାୟରେ ସାମାନ୍ୟ କମିଥିଲା। ବାଲେଶ୍ବରରେ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୩୬୬୯ ଭୋଟ ମିଳିଥିବା ବେଳେ ବିଜେପିକୁ ୩୨୩୦ଟି ଭୋଟ ମିଳିଥିବା ସୂଚନା ରହିଥିଲା। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୯୪୦ଟି ଭୋଟ ମିଳିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ୭୨ଟି ମିଳିଥିଲା। ତେଣୁ ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ସମୁଦାୟ ୧୦୫୪ ଭୋଟରେ ଆଗୁଆ ରହିଥିଲା।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ୩୪୫୯ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କୁ ୨୮୪୪ଟି ଭୋଟ୍ ମିଳିଥିଲା । ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୫୨୩ଟି ଭୋଟ୍ ପାଇଥିଲେ ଏବଂ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ୨୮ ଖଣ୍ଡ ଭୋଟ୍ ପାଇବାରେ ସକ୍ଷମ ହୋଇଥିଲେ । ବାଲେଶ୍ବରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ୧୪ଟି ‌ଟେବୁଲରେ ଗଣତି ଆରମ୍ଭ ହୋଇଛି ଓ ୨୫ ରାଉଣ୍ଡରେ ଗଣତି ହେବ।