ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ୬ବର୍ଷର ଅରହମ୍

ଅହମଦାବାଦ : ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଛି ୬ବର୍ଷର ପିଲା। କମ୍ପ୍ୟୁଟର ଦୁନିଆରେ ପ୍ରଦର୍ଶିତାକୁ ନେଇ ୬ବର୍ଷର ଛୋଟ ଶିଶୁ ଅରହମଙ୍କ ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସର୍ବ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ସ୍ଥାନ ପାଇଛି।

ଅହମଦାବାଦର ଅରହମଙ୍କ ନାଁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡ଼ରେ ସବୁଠୁ ଯୁବ କମ୍ପ୍ୟୁଟର ପ୍ରୋଗ୍ରାମର ଭାବେ ସ୍ଥାନ ପାଇଛି। ଅରହମ୍ ତଲସାନିଆ ୬ବର୍ଷ ବୟସରେ ଶକ୍ତିଶାଳୀ ପାଇଥନ୍ ପ୍ରୋଗ୍ରାମିଂ ଭାଷା ପରୀକ୍ଷାକୁ କ୍ଲିୟର କରି ଗିନିଜ ଓ୍ବାଲର୍ଡ ରେକର୍ଡ଼ କରିଛନ୍ତି। ଏହି ପରୀକ୍ଷା ୨୦୨୦ ଜାନୁୟାରୀ ୨୩ତାରିଖରେ ମାଇକ୍ରୋସଫ୍ଟ ଦ୍ବାରା ଅଧିକୃତ ପିୟର୍ସନ ଭ୍ୟୁ ଟେଷ୍ଟ୍ ସେଣ୍ଟରରେ ଆୟୋଜିତ କରାଯାଇଥିଲା। ଏହି ପରୀକ୍ଷାକୁ ଅନେକ ଇଞ୍ଜିନୟର କ୍ରାକ୍ କରିପାରନ୍ତି ନାହିଁ କିନ୍ତୁ ଅରହମ୍ ଏହାକୁ କରି ଦେଖାଇଛନ୍ତି।

ଅରହମ୍ ପାକିସ୍ତାନୀ ମୂଳର ବ୍ରିଟିଶ୍ ବାଳକ ୭ବର୍ଷର ମହମ୍ମଦ ହମଜା ଶହଜାଦଙ୍କ ପ୍ରଥମ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ଼ ରେକର୍ଡ଼କୁ ଭାଙ୍ଗି ଦେଇଛନ୍ତି। ଏକ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀଙ୍କୁ ପ୍ରତିଷ୍ଠିତ ପ୍ରମାଣ ପ୍ରାପ୍ତ କରିବା ପାଇଁ ୧୦୦୦ରୁ ୭୦୦ ଅଙ୍କ ଦରକାର ଥିବାବେଳେ ଅରହମ୍ ୯୦୦ଅଙ୍କ ହାସଲ କରିଥିଲେ ଏବଂ ତାଙ୍କୁ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ ଭାବେ ମାନ୍ୟତା ମିଳିଛି। ସେ ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେବାର ଗୌରବ ହାସଲ କରିଛନ୍ତି।

ମାତ୍ର ୨ବର୍ଷ ବୟସରୁ ଅରହମଙ୍କୁ କମ୍ଫ୍ୟୁଟର ପ୍ରତି ଖୁବ୍ ଆସକ୍ତି ଥିଲା ଯାହା ଆଗକୁ ଯାଇ ଆହୁରି ବଢ଼ିଯାଇଥିଲା। ଯେତେବେଳେ ତାଙ୍କ ବାପା ଘରୁ କାମ କରୁଥିଲେ ସେତେବେଳେ ଅରହମ୍ ନିଜ ବାପାଙ୍କଠୁ ମଧ୍ୟ ବହୁତ କିଛି ଶିଖିଥିଲେ। ଏହା ପରେ ଅରହମ୍ ବାପାଙ୍କଠୁ ନିଜେ ଭିଡିଓ ଗେମ୍ ବନାଇବାର ଇଚ୍ଛା ପ୍ରକାଶ କରିଥିଲେ। ପୁଅର ଆଗ୍ରହକୁ ତାଙ୍କ ବାପା ବୁଝି ପାରିଥିଲେ। କାରଣ ଅରହମ ସବୁ ଜିନିଷ ବହୁତ ଶୀଘ୍ର ଶିଖି ଯାଉଥିଲେ ଏବଂ ଏପରି କ୍ଷେତ୍ରରେ ତାଙ୍କ ବାପା ଅରହମଙ୍କୁ ମାଇକ୍ରୋସଫ୍ଟ ଅଧିକୃତ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ।