ଏକୁଟିଆ ହୋଇଗଲେ ଉଦ୍ଧବ

ଉଦ୍ଧବ ପାର୍ଟି ମାମଲାରେ କେବଳ ସଞ୍ଜୟ ରାୱତଙ୍କର କଥା ହିଁ ଶୁଣୁଥିଲେ….

ମୁମ୍ବାଇ : ଏକନାଥ ସିନ୍ଦେଙ୍କର ବିଦ୍ରୋହ ଏହାର ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କ ଅନେକ ମୋର୍ଚ୍ଚାରେ ମୁସ୍କିଲରେ ପକାଇ ଦେଇଛି । କ୍ଷମତା ହରାଇବା ପରେ ଏବେ ସେ ମଜବୁତ ନେତାମାନଙ୍କର ଅଭାବକୁ ଅନୁଭବ କରୁଛନ୍ତି । ବିଶେଷ କରି ବ୍ରାଣ୍ଡ ନେତା ସଞ୍ଜୟ ରାୱତ ଗିରଫ ହୋଇ ଜେଲରେ ରହିବା ପରେ ଠାକରେ ସଂପୂର୍ଣ୍ଣ ରୂପେ ଏକୁଟିଆ ହୋଇଯାଇଛନ୍ତି । ଉଦ୍ଧବ ପାର୍ଟି ମାମଲାରେ କେବଳ ସଞ୍ଜୟ ରାୱତଙ୍କର କଥା ହିଁ ଶୁଣୁଥିଲେ ।

ଏବେ ପାର୍ଟିରେ ସୃଷ୍ଟି ହୋଇଥିବା ଫାଟ ବନ୍ଦ ହେବାର ଦିଶୁନାହିଁ । ସେ ନିଜେ ଏହି ସଂଘର୍ଷ ମଧ୍ୟରେ ନିଜକୁ ରକ୍ଷା କରିବାର ବାଟ ଦେଖୁଛନ୍ତି । ପାର୍ଟିର ଆଭ୍ୟନ୍ତରୀଣ ସୂତ୍ରରୁ ଜଣାଯାଏ ଯେ ଠାକରେ ଏବଂ ତାଙ୍କର ସହଯୋଗୀମାନଙ୍କର ମାନସିକ ଅବସ୍ଥା ଠିକ ନାହିଁ ।