ସୁପ୍ରିମକୋର୍ଟରେ ପହଞ୍ôଚଲେ ଉଦ୍ଧବ ଟିମ୍
ମହାରାଷ୍ଟ୍ରରେ ଉଦ୍ଧବ ଠାକେର ସରକାରଙ୍କୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଏବେ..
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକେର ସରକାରଙ୍କୁ ଭାଙ୍ଗି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଏବେ ଶିବସେନାର କମାଣ ସମ୍ଭାଳିବାକୁ ଚାହୁଁଛନ୍ତି । ତାଙ୍କ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ କହିବାରୁ ଦଳର ପ୍ରତିଷ୍ଠା ବାଲା ସାହେବଙ୍କ ପୁଅ ଉଦ୍ଧବ ଠାକରେଙ୍କ ନିଦ ହଜି ଯାଇଛି । ମାମଲା ଇସିଙ୍କ ପାଖରେ ପଡ଼ି ରହିଥିବା ବେଳେ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଉଦ୍ଧବ ସେନା । ସିନ୍ଦେଙ୍କ ଦାବି ପରେ ଇସି ପ୍ରକୃତ ଶିବସେନା କିଏ, ତା’ର ବିଚାର କରିବାକୁ ଉଭୟ ଗୋଷ୍ଠୀଙ୍କୁ ନୋଟିସ ସହ ପ୍ରମାଣ ମାଗିଛନ୍ତି । ତେବେ ଇସିଙ୍କ ଏହି ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ଉଦ୍ଧବଙ୍କ ଟିମ ପକ୍ଷରୁ ନିବେଦନ କରାଯାଇଛି ।
ଉଦ୍ଧବ ଠାକରେଙ୍କ ଟିମ କରିଥିବା ଆବେଦନରେ କହିଛି ଯେ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସମ୍ପର୍କିତ ମାମଲାର ବିଚାର ଶେଷ ନ ହେବା ଯାଏ ଇସି ପ୍ରକୃତ ଶିବସେନା କିଏ, ତା’ର ବିଚାର କରିପାରିବେ ନାହିଁ । ଇସି ଆରମ୍ଭ କରିଥିବା ପ୍ରକ୍ରିୟାକୁ ଯଦି ଅବ୍ୟାହତ ରଖାଯାଏ, ତା’ହେଲେ ଏହା କେବଳ କୋର୍ଟଙ୍କ ପାଖରେ ପଡ଼ି ରହିଥିବା ସମ୍ବିଧାନିକ ଦୃଷ୍ଟିରୁ ଗୁରୁତ୍ୱବହନ କରୁଥିବା ମାମଲାକୁ ପ୍ରଭାବହୀନ କରିବ ନାହିଁ ବରଂ ଏହା ଇସିଙ୍କ ନିକଟରେ ଆବେଦନ କରିଥିବା ଆବେଦାକାରୀଙ୍କର ମଧ୍ୟ ପ୍ରଭୃତ କ୍ଷତି କରିବ । ତେଣୁ ସୁପ୍ରିମକୋର୍ଟ ତୁରନ୍ତ ଇସି ପ୍ରକୃତ ଶିବସେନା ବାଛିବା ପାଇଁ ଆରମ୍ଭ କରିଥିବା ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଦ୍ଧବ କ୍ୟାମ୍ପ ପକ୍ଷରୁ ନିବେଦନ କରାଯାଇଛି ।