ରୁଷ ସହ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ

ନୂଆଦିଲ୍ଲୀ: ରୁଷ ସହ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ । କିନ୍ତୁ ବେଲାରୁଷରେ ଏହି ଆଲୋଚନା ପାଇଁ ୟୁକ୍ରେନ ମନା କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶ ରୁଷ ସହ ଆଲୋଚନା ପାଇଁ ପ୍ରସ୍ତୁତ । କିନ୍ତୁ ବେଲାରୁଷରେ ଏହି ଆଲୋଚନା କରିବାକୁ ୟୁକ୍ରେନ ପ୍ରସ୍ତୁତ ନୁହେଁ । ଯିଏ ଯୁଦ୍ଧ ପାଇଁ ମସ୍କୋକୁ ଜମି ସାହାଯ୍ୟ କରୁଛି ସେଠାରେ କଣ ଆଲୋଚନା ହେବ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କ କହିଛନ୍ତି ଯେ, ୱାର୍ସ, ବ୍ରାଟିସଲାଭା, ଇସ୍ତାନବୁଲ, ବୁଦାପେଷ୍ଟ କିମ୍ବା ବାକୁରେ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ବେଲାରୁଷରେ କୌଣସି ପ୍ରକାର ଆଲୋଚନା ହୋଇପାରିବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।