ରୁଷକୁ ସାବାଡ୍‌ କରିବ ୟୁକ୍ରେନ୍‌ ଅଟୋମେଟିକ୍‌ ଗନ୍‌

ନୂଆଦିଲ୍ଲୀ: ୟୁକ୍ରେନକୁ ଜର୍ମାନୀ ଗୋଟିଏ ଅଟୋମେଟିକ୍‌ ଗନ୍‌ ଦେଇଛି । ଉକ୍ତ ଗନ୍‌ ମୁହଁରୁ ଗୋଟିଏ ମିନିଟରେ ପ୍ରାୟ ୧୦୦୦ରୁ ଅଧିକ ଗୁଳି ବାହାରୁଛି । ସେ ଗୁଳି ନିକଟରେ ରୁଷର ଲଢୁଆ ଜେଟ୍‌, କ୍ରୁଜ ମିସାଇଲ, ଅତ୍ୟାଧୁନି ଡ୍ରୋନ୍‌, ହେଲିକପ୍ଟର, ଗାଇଡେଡ୍‌ ବୋମା ବେକାର । ଜର୍ମାନ କମ୍ପାନୀ ନିର୍ମିତ ପ୍ରତିରକ୍ଷା ମୁକାବିଲା ସିଷ୍ଟମରେ ସେନ୍ସର ପ୍ୟାକେଜ, ସୁଟର ପ୍ୟାକେଜ ଓ କମାଣ୍ଡ ଆଣ୍ଡ୍‌ କଂଟ୍ରୋଲ ପ୍ୟାକେଜ ରହିଛି ଯାହା ରୁଷକୁ ଠିକଣା ଜବାବ ଦେବାକୁ ଯଥେଷ୍ଟ ।

ଆକାଶ ମାର୍ଗରେ ପ୍ରାୟ ୫୦ କିଲୋମିଟର ଦୂରକୁ ଲକ୍ଷ୍ୟଭେଦ କରିବାର ତାକତ୍‌ ରଖିଛି ଅଟୋମେଟିକ୍‌ ଗନ୍‌ । ତା’ ସହିତ ୩୬୦ ଡିଗ୍ରୀ ବୁଲିବୁଲି ଶତ୍ରୁପକ୍ଷର ଲଢୁଆ ଜେଟ୍‌, ଡ୍ରୋନ୍‌ ଓ ରକେଟକୁ ଧ୍ୱଂସ କରିଦେବ ।