ପ୍ରଧାନମନ୍ତ୍ରୀ ଚଉକି ମୋହ: ଦରଘାରେ ଚାଦର ଚଢ଼ାଇବେ ମୋଦି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରି ସେଠାରେ ରାମଲାଲାଙ୍କ ପ୍ରତିମା ପ୍ରତିଷ୍ଠା କରିବା ଓ ଆଜମେର ଅନ୍ତର୍ଗତ ଖ୍ୱାଜା ମୋଇନୁଦ୍ଦିନ ଚିସ୍ତି ଦରଘାରେ ଚାଦର ଚଢ଼ାଇ ମୁସଲିମ ସଂପ୍ରଦାୟକୁ କୋଳାଗ୍ରତ କରିବା ଛଡ଼ା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଆଉ କିଛି କାମ ନାହିଁ । ବରିଷ୍ଠ ଆଇଏଏସ ଆଇପିଏସ ଅଧିକାରୀମାନଙ୍କ ହାତରେ କିଛିଦିନ ପାଇଁ ଦେଶର ଭାଗ୍ୟ ସମର୍ପି ଦେଇ ପ୍ରଧାନମନ୍ତ୍ରୀ ମୋଦି ଆପଣା ଭାଗ୍ୟକୁ ଚମକାଇବା ପାଇଁ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିୟାନ, ଜୈନ, ବୌଦ୍ଧ ସମେତ ଜନଜାତି ଓ ଅନୁସୂଚୀତ ଜାତିର ସବୁ ଦେବାଦେବୀଙ୍କ ଶରଣାପନ୍ନ ହେଉଛନ୍ତି ।

ଉର୍ସ ପାଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜମେର ଦରଘା ଶରିଫ ଉପରେ ଚାଦର ଚଢ଼ାଇବାକୁ ଯାଉଛନ୍ତି । ଜାନୁଆରୀ ୧୩ ତାରିଖ ଦିନ ଉକ୍ତ ଚାଦରକୁ ଖ୍ୱାଜା ମୋଇନୁଦ୍ଦିନ୍‌ ଚିସ୍ତି ଦରଘାରେ ଚଢ଼ାଇବେ । ମୋଦିଜୀ ତାଙ୍କ ସୋସିଆଲ ମିଡିଆ ଏକ୍ସ ଜରିଆରେ ଉକ୍ତ ସୂଚନା ଦେଇଥିଲେ । ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦି ମୁସଲିମ ସଂପ୍ରଦାୟର ଏକ ପ୍ରତିନିଧିମଣ୍ଡଳୀକୁ ସାକ୍ଷାତ କରି ସେମାନଙ୍କୁ ଏକ ଚାଦର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ତର କଥା ମୁସଲିମ, ଖ୍ରୀଷ୍ଟିୟାନ, ଜନଜାତି ଓ ଅନୁସୂଚୀତ ଜାତିର ଲୋକମାନେ ଭଲ ଭାବରେ ଜାଣନ୍ତି । ତଥାପି କ’ଣ କରିପାରିବେ? ପ୍ରଧାନମନ୍ତ୍ରୀ ପଦକୁ ଉପଭୋଗ କରୁଥିବା ମୋଦିଜୀଙ୍କ ବାଟରେ କିଏ ବା କଂଟା ହେବ?