ଭଗବାନଙ୍କୁ ଆଣିବା ଅସମ୍ଭବ, ନାଟକ ଚାଲିଛି’

ପାଟନା: ‘ଭଗବାନଙ୍କୁ ଆଣିବା ଅସମ୍ଭବ, ନାଟକ ଚାଲିଛି ।’ ଏଭଳି ମନ୍ତବ୍ୟ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ । ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯିବ । ବିଜେପି ଗୋଠ ବାହାରେ ରହିଥିବା ବହୁ ରାଜନୈତିକ ଦଳ କେନ୍ଦ୍ର ସରକାରଙ୍କ ରାମ ପ୍ରୀତିକୁ କଟାକ୍ଷ କରୁଛନ୍ତି ।

ରାଷ୍ଟ୍ରୀୟ ଜନତା ଦଳ ବୈଠକରେ ଯୋଗଦାନ କରି ବିହାର ଶିକ୍ଷାମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି, ମୋଦି ସରକାରଙ୍କ ବିରୋଧରେ ପାଟି ଫିଟାଉଥିବା ଲୋକକୁ ଜେଲରେ ପୁରାଇ ଦିଆଯାଉଛି ।

ସୈତାନଙ୍କ ବିପକ୍ଷରେ ଆରମ୍ଭ କରାଯାଇଥିବା ମହାଯୁଦ୍ଧରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡ଼ିବ । ଅଧାଗଢ଼ା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅଶୁଭ କହି ହିନ୍ଦୁ ମହାତ୍ମା ଶଙ୍କରାଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରୁନାହାନ୍ତି । ଜଣେ ଧପାବାଜ ଲୋକ ଆପଣା ଫାଇଦା ପାଇଁ ଭଗବାନଙ୍କୁ ଆଣିବାର ମହାନାଟକ କରୁଛନ୍ତି ।